Stolen: ବନ୍ଧୁକ ଦେଖାଇ ୮୦ ଗ୍ରାମ୍‌ ସୁନା ଅଳଙ୍କାର, ୩୦ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ

May 03, 2026 - 06:02
0 0
Stolen: ବନ୍ଧୁକ ଦେଖାଇ ୮୦ ଗ୍ରାମ୍‌ ସୁନା ଅଳଙ୍କାର, ୩୦ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ

ନବରଙ୍ଗପୁର/ନନ୍ଦାହାଣ୍ଡି: ନବରଙ୍ଗପୁର ଥାନାର ମିର୍ଗାନିଗୁଡ଼ା ଆଶୀର୍ବାଦ କଲୋନିର ବ୍ୟବସାୟୀ ଏସ. ଗୋବିନ୍ଦା ସୁବୁଦ୍ଧିଙ୍କ ଘରେ ବଡ଼ ଧରଣର ଡକାୟତି ହୋଇଛି। ୩ରୁ ୭ଜଣ ସଶସ୍ତ୍ର ଡକାୟତ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ବନ୍ଧୁକ ଓ ଖଣ୍ଡା ଦେଖାଇ ଟଙ୍କା ଓ ସୁନା ଲୁଟିନେଲେ।

ଅଭିଯୋଗ ଅନୁସାରେ ନବରଙ୍ଗପୁର ଥାନା ଅନ୍ତର୍ଗତ ମିରିଗନୀଗୁଡାସ୍ଥିତ ଆଶୀର୍ବାଦ କଲୋନିର ଏସ. ଗୋବିନ୍ଦା ସୁବୁଦ୍ଧିଙ୍କ ଘରେ ଗତକାଲି ରାତି ସାଢ଼େ୨ଟା ବେଳେ ୭ ରୁ ୮ ଜଣ ଅଜଣା ମୁଖାଧାରୀ ଦୁର୍ବୁର୍ତ୍ତ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଘରେ ଉପସ୍ଥିତ ଥିବା  ଗୃହ ମାଲିକ ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ଗୌତମୀ ସୁବୁଦ୍ଧିଙ୍କ ଆଖିରେ ଲେଜର ଲାଇଟ ମାରିଥିଲେ। ଫଳରେ  ଉଭୟ ସ୍ୱାମୀ ସ୍ତ୍ରୀ କିଛି ଦେଖି ପାରିନଥିଲେ  ଏବଂ ଉଭୟଙ୍କୁ ବସିବା ପାଇଁ କହି ତାଙ୍କ ମୁଣ୍ଡରେ ବନ୍ଧୁକ ଓ ବେକରେ ଖଣ୍ଡା ରଖି ସୁନା ଅଳଙ୍କାର ଓ ଟଙ୍କା ଦେବା ପାଇଁ କହିଥିଲେ। ଭୟରେ ସେମାନେ ସୁନା ଅଳଙ୍କାର ଦେଇଥିଲେ।  

ଡକାୟତମାନେ ପରସ୍ପର ସ୍ତ୍ରୀ ଲୋକଙ୍କୁ ଛୁଇଁବାକୁ ମନା କହୁଥିବା ବେଳେ ସ୍ୱଇଚ୍ଛାରେ ସୁନା ଅଳଙ୍କାର ଓ ଟଙ୍କା ଦେବାକୁ କହିଥିବା ଉଭୟ ସ୍ବାମୀ ସ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ବନ୍ଧୁକ ଭୟ ଦେଖାଇ ୮୦ଗ୍ରାମ ସୁନା ପ୍ରାୟ ୩୦ହଜାର ଟଙ୍କା ଏବଂ ଦୁଇଟି ମୋବାଇଲ ଦୁର୍ବୁତ୍ତ ମାନେ ନେଇଯାଇଛନ୍ତି ଏବଂ ଯିବା ପୂର୍ବରୁ ସକାଳୁ ପୁଲିସ ନିକଟରେ ଏତଲା ଦେବାକୁ ପରାମର୍ଶ ଦେଇ ଚାଲି ଯାଇଥିଲେ।

ଆହୁରି ପଢ଼ନ୍ତୁ: Sand Loot: ଲୁଟ୍‌ରେ ଲାଗୁନି ଲଗାମ୍‌: ଅନୁମତିଠୁ ଉଠୁଛି ୧୦ ଗୁଣା ବାଲି, ବର୍ଷକରେ ୨୭ ଘାଟରୁ ଆୟ ୧୭.୭୨ କୋଟି

ଅନ୍ୟପଟେ ପୁଲିସ ଖବର ପାଇବା ପରେ  ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସମ୍ବିତ କୁମାର ବେହେରା। ଗତ କିଛି ଦିନ ତଳେ ଦୁଇଟି ମନ୍ଦିର ସହ ଛୋଟ ବଡ ଚୋରୀ ପୁଲିସ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି। ଏହି ଚୋରି ମାମଲାରେ ଅଭିଯୁକ୍ତ ଦୁର୍ବୁତ୍ତ ମାନେ ପୁଲିସକୁ ଏତଲା ଦେବାକୁ ପରାମର୍ଶ ଦେବା ପୁଲିସ ଓ ଦୁର୍ବୁତ୍ତଙ୍କ ମଧ୍ୟରେ ଲୁଚକାଳି ଖେଳ ସହ ପୁଲିସର ପାରିବାପାଣିଆ ପ୍ରତି ପ୍ରଶ୍ନ ସୃଷ୍ଟି କରିଛନ୍ତି ଦୁର୍ବୃତ୍ତ। ଅତିଶୀଘ୍ର ସବୁ ଅଭିଯୁକ୍ତ ଧରାପଡିବେ ବୋଲି କହିଛନ୍ତି ନବରଙ୍ଗପୁର ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା। 

Comments (0)

User