BJP-Trinamool : ୨୪ ପରଗଣା ଓ ଫାଲଟାରେ ବିଜେପି-ତୃଣମୂଳ ସମର୍ଥକ ମୁହାଁମୁହିଁ

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣାରେ ୧୫ଟି ବୁଥରେ ପୁନଃନିର୍ବାଚନ ଚାଲିଥିବା ବେଳେ ଶନିବାର ତୃଣମୂଳ କଂଗ୍ରେସ ଓ ବିଜେପି ସମର୍ଥକ ମୁହାଁମୁହିଁ ହୋଇଥିବା ଅଧିକାରୀମାନେ କହିଛନ୍ତି। ତୃଣମୂଳ ସମର୍ଥକ ସେମାନଙ୍କୁ ଭୋଟ ଦେବାକୁ ଛାଡ଼ୁନଥିବା ବିଜେପି ସମର୍ଥକମାନେ କହିଛନ୍ତି। କେତେକ ଭିଜୁଆଲ୍ରେ ଉଭୟ ପକ୍ଷର ଲୋକମାନେ ଅରାଜକତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଫାଲଟା ନିର୍ବାଚନ ମଣ୍ଡଳୀରେ ତୃଣମୂଳ କଂଗ୍ରେସ କର୍ମୀ ଧମକ ଦେଉଥିବା ଅଭିଯୋଗରେ ବିଜେପି ସମର୍ଥକ ପ୍ରତିବାଦ କରିଛନ୍ତି।
ଶନିବାର ଦକ୍ଷିଣ ୨୪ ପରଗଣାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୫ଟି ବୁଥରେ ସାନି ମତଦାନ ଚାଲିଛି। ମଗ୍ରହାଟ ପଶ୍ଚିମର ୧୧ଟି ପୋଲିଂ ଷ୍ଟେସନ ଓ ଡାଇମଣ୍ଡ ହାର୍ବରର ୪ଟି ପୋଲିଂ ଷ୍ଟେସନରେ ଆଜି ସକାଳ ମତଦାନ ଆରମ୍ଭ ହୋଇଥିଲା। ତେବେ ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗରେ ନିର୍ବାଚନ ଆୟୋଗ ଏହି ବୁଥଗୁଡ଼ିକରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଭୋଟ ଗଣତି ହେବାକୁ ଥିବାବେଳେ ଏହାପୂର୍ବରୁ ଫାଲଟାରେ ଲୋକମାନେ ତୃଣମୂଳ କଂଗ୍ରେସ କର୍ମୀ ଧମକ ଦେଉଥିବା ଅଭିଯୋଗ କରି ପ୍ରତିବାଦ କରିଛନ୍ତି। ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ତୃଣମୂଳ କଂଗ୍ରେସର ଇସ୍ରାଫିଲ୍ ଚୌକିଦାର ସମସ୍ତଙ୍କୁ ଘର ପୋଡ଼ି ଦେବା ତଥା ରକ୍ତପାତ ଘଟାଇବାକୁ ଧମକ ଦେଇଛନ୍ତି। ମହିଳା ଜଣକ କହିଛନ୍ତି, ଆମେ ତୃଣମୂଳ କଂଗ୍ରେସକୁ ଭୋଟ ଦେଇଥିବାବେଳେ ସେମାନେ ଆମକୁ ଆକ୍ରମଣ କରୁଛନ୍ତି, ତୃଣମୂଳ କର୍ମୀଙ୍କୁ ଗିରଫ କରାଯାଉ ବୋଲି ମହିଳା ଜଣକ ଦାବି କରିଛନ୍ତି। ନିର୍ବାଚନ ଆୟୋଗଙ୍କଠାରୁ ଅପରାହ୍ଣ ୩ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ମଗରାହାଟ ପଶ୍ଚିମରେ ୭୨.୫ ପ୍ରତିଶତ ଏବଂ ଡାଇମଣ୍ଡ ହାର୍ବରରେ ୭୨.୩୬ ପ୍ରତିଶତ ମତଦାନ ହୋଇଛି।
ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍ରେ ଅନିୟମିତତା ହୋଇଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ଖୁଦିରାମ ଅନୁଶୀଳନ କେନ୍ଦ୍ରର ଜଣେ ରିଟର୍ଣ୍ଣିଂ ଅଫିସରଙ୍କ ବିରୋଧରେ ତୃଣମୂଳ କଂଗ୍ରେସ ଅଭିଯୋଗ ଦାଖଲ କରିଛି, ଯେଉଁଥିରେ ପୋଷ୍ଟାଲ୍ ବାଲଟ୍ କଭରଗୁଡ଼ିକୁ ଅନଧିକୃତ ଭାବରେ ସଜଡ଼ା ଯାଉଥିବା ଅଭିଯୋଗ କରାଯାଇଛି।
ଅଧିକପଢ଼ନ୍ତୁ:ନର୍ମଦାରେ ନୌକା ବୁଡ଼ି: ୪ବର୍ଷର ପୁଅକୁ ଛାତିରେ ଜାବୁଡ଼ି ଧରିଥିବା ଅବସ୍ଥାରେ ମା’ର ଶବ ଉଦ୍ଧାର
Comments (0)