Indian Indoor Open: ଇଣ୍ଡିଆନ୍‌ ଇନ୍‌ଡୋର୍‌ ଓପନ୍‌: କୁଲଦୀପଙ୍କ ରେକର୍ଡ

May 03, 2026 - 06:02
0 0
Indian Indoor Open: ଇଣ୍ଡିଆନ୍‌ ଇନ୍‌ଡୋର୍‌ ଓପନ୍‌: କୁଲଦୀପଙ୍କ ରେକର୍ଡ

ଭୁବନେଶ୍ବର: କଳିଙ୍ଗ ଇନ୍‌‌ଡୋର୍‌ ଷ୍ଟାଡିୟମ୍‌ରେ ଶନିବାର ପ୍ରଥମ ସଂସ୍କରଣ ଇଣ୍ଡିଆନ୍‌ ଇନ୍‌ଡୋର୍‌ ଓପନ୍‌ କମ୍ବାଇନ୍‌ଡ ଇଭେଣ୍ଟ୍‌ ଏବଂ ପୋଲ୍ଡ ଭଲ୍ଟ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପୁରୁଷ ପୋଲ୍‌ ଭଲ୍ଟରେ ନୂଆ ଜାତୀୟ ରେକର୍ଡ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର ୨୧ ବର୍ଷୀୟ କୁଲଦୀପ କୁମାର ୫.୪୧ ମିଟର୍‌ ଉଚ୍ଚତାର ବାର୍‌ ଅତିକ୍ରମ କରି ଏହି ରେକର୍ଡ କରିଛନ୍ତି। ପୂର୍ବ ରେକର୍ଡ ତାମିଲନାଡୁର ଜି ରିଗାନ୍‌ (୫.୩୦ ମିଟର୍‌)ଙ୍କ ନାମରେ ଥିଲା। 

ରେକର୍ଡ କରିବା ପରେ କୁଲଦୀପ ୫.୪୬ ମିଟର୍‌ ଉଚ୍ଚତାକୁ ୩ ଥର ପ୍ରୟାସ କରିବା ପରେ ବିଫଳ ହୋଇଥିଲେ। ତେବେ ପ୍ରଥମ ଥର ଇନ୍‌ଡୋର୍‌ ମିଟ୍‌ରେ ଭାଗ ନେଇ କୁଲଦୀପ ସଫଳ ହୋଇଛନ୍ତି। ‘ଭୁବନେଶ୍ବରର ମୋଣ୍ଡୋ ଟ୍ରାକ୍‌ରେ ଆହ୍ବାନ ସତ୍ତ୍ବେ ଅଭିଜ୍ଞତା ଭଲ ରହିଲା’ ବୋଲି କୁଲଦୀପ ପ୍ରକାଶ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ହେପ୍ଟାଥଲନ୍‌ ଇଭେଣ୍ଟ୍‌ ଅନୁଷ୍ଠିତ ହୋଇଛି। ଓଡ଼ିଶାର ଯଶବୀର ନାୟକ ୨୯୨୭ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୬୦ ମିଟର୍‌, ଲଙ୍ଗ୍‌ ଜମ୍ପ୍‌,‌ ସଟ୍‌ ପୁଟ୍‌ ଓ ହାଇଜମ୍ପ୍‌ ଶେଷ ହୋଇଥିବାବେଳେ ଦ୍ବିତୀୟ ଦିବସରେ ୬୦ ମିଟର୍‌ ବାଧାଦୌଡ଼, ପୋଲ୍ଡ ଭଲ୍ଟ ଓ ୧୦୦୦ ମିଟର୍‌ ଇଭେଣ୍ଟ୍‌ ଖେଳାଯିବ।

ଆହୁରି ପଢ଼ନ୍ତୁ: Cricket: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷିତ

 

 

Comments (0)

User