Weekly Horoscope 2026 May 03 to May 09: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମେଷ- ରବି, ସୋମ ଓ ମଙ୍ଗଳବାର ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ। ବୁଧ ଓ ଗୁରୁବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଶୁକ୍ର ଓ ଶନିବାର କ୍ୟାରିୟର୍ ସମ୍ବନ୍ଧରେ ନୂଆ ଅବସର ପାଇବେ।
ବୃଷ- ରବି, ସୋମ ଓ ମଙ୍ଗଳବାର ମନରେ ନୂଆ ନୂଆ ବିଚାର ସମାବେଶ ହେବ। ବୁଧ ଓ ଗୁରୁବାର ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। ଶୁକ୍ର ଓ ଶନିବାର ପାରିବାରିକ ବାତାବରଣ ସକାରାତ୍ମକ ରହିବ।
ମିଥୁନ- ରବି, ସୋମ ଓ ମଙ୍ଗଳବାର ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ବୁଧ ଓ ଗୁରୁବାର ବେପାର ବଣିଜରେ ଆମଦାନି ବଢ଼ିବ। ଶୁକ୍ର ଓ ଶନିବାର ବ୍ୟବହାରରେ ସଂଯମ ରଖନ୍ତୁ।
କର୍କଟ- ରବି, ସୋମ ଓ ମଙ୍ଗଳବାର କାମରେ ଭଲ ସଫଳତା ପାଇବେ। ବୁଧ ଓ ଗୁରୁବାର ପ୍ରେମ ଓ ରୋମାନ୍ସ ପାଇଁ ବଢ଼ିଆ ସୁଯୋଗ ପାଇବେ। ଶୁକ୍ର ଓ ଶନିବାର ଧୈର୍ଯ୍ୟଧରି କାମ କରନ୍ତୁ, ଲାଭ ହେବ।
ସିଂହ- ରବି, ସୋମ ଓ ମଙ୍ଗଳବାର ଆମଦାନି ଲାଗି ସୁଯୋଗ ପାଇବେ। ବୁଧ ଓ ଗୁରୁବାର ଆୟ ବ୍ୟୟର ସମନ୍ବୟ ବନି ରହିବ। ଶୁକ୍ର ଓ ଶନିବାର କାହାରି ସହିତ କୁତର୍କ କରନ୍ତୁ ନାହିଁ।
କନ୍ୟା- ରବି, ସୋମ ଓ ମଙ୍ଗଳବାର ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ବୁଧ ଓ ଗୁରୁବାର ବ୍ୟବସାୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବେ। ଶୁକ୍ର ଓ ଶନିବାର କୌଣସି ଭଲ ଖବର ପାଇବେ।
ତୁଳା- ରବି, ସୋମ ଓ ମଙ୍ଗଳବାର ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ବୁଧ ଓ ଗୁରୁବାର ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ମାନସମ୍ମାନ ପାଇବେ।
ବିଛା- ରବି, ସୋମ ଓ ମଙ୍ଗଳବାର ନୂଆ ଶକ୍ତି ଅନୁଭବ କରିବେ। ବୁଧ ଓ ଗୁରୁବାର ଭଲ ଢଙ୍ଗରେ କାମ କରିବାକୁ ଚେଷ୍ଟା କରିବେ। ଶୁକ୍ର ଓ ଶନିବାର ବୈବାହିକ ଜୀବନରେ ସୌହାର୍ଦ ବଜାୟ ରହିବ।
ଧନୁ- ରବି, ସୋମ ଓ ମଙ୍ଗଳବାର କୋର୍ଟକଚେରି ମାମଲାରେ କିଛି ବାଧା ଆସିପାରେ। ବୁଧ ଓ ଗୁରୁବାର ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ।
ମକର- ରବି, ସୋମ ଓ ମଙ୍ଗଳବାର କୌଣସି ବଡ଼ ଦାୟିତ୍ବ ପାଇବେ। ବୁଧ ଓ ଗୁରୁବାର ନିଜ କଥାରେ ଅନ୍ୟମାନଙ୍କୁ ଆକର୍ଷିତ କରିନେବେ। ଶୁକ୍ର ଓ ଶନିବାର ସକାରାତ୍ମକ ମାନସିକତା ଆପଣଙ୍କୁ ଲାଭ ଦେବ।
କୁମ୍ଭ- ରବି, ସୋମ ଓ ମଙ୍ଗଳବାର ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ବୁଧ ଓ ଗୁରୁବାର ବଜେଟ୍କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।
ମୀନ- ରବି, ସୋମ ଓ ମଙ୍ଗଳବାର ପୁଣ୍ୟ କାର୍ଯ୍ୟରେ ଖର୍ଚ୍ଚ କରିବେ। ବୁଧ ଓ ଗୁରୁବାର କାମରେ ବଡ଼ଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର ଉନ୍ନତିର ସୁଯୋଗ ହାତଛଡ଼ା କରନ୍ତୁନାହିଁ।
Comments (0)