IPL 2026: ମୁମ୍ବାଇକୁ ୮ ୱିକେଟ୍ରେ ପରାସ୍ତ କଲା ଚେନ୍ନାଇ, ଋତୁରାଜଙ୍କ ଅର୍ଦ୍ଧଶତକ

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୪୪ତମ ମ୍ୟାଚ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୮ ୱିକେଟ୍ରେ ଜିତିଛି। ଚେନ୍ନାଇର ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ୧୬୦ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳ ୧୮.୧ ଓଭରରେ ୨ ୱିକେଟ୍ ହରାଇ ୧୬୦ ରନ୍ ସଂଗ୍ରହ କରିଛି। ଚେନ୍ନାଇ ପାଇଁ ପ୍ରାରମ୍ଭିକ ବ୍ୟାଟର ସଞ୍ଜୁ ସାମସନ ୧୧ ରନ୍, ଋତୁରାଜ ଗାଏକ୍ବାର୍ଡ ଅପରାଜିତ ୬୭ ରନ୍, ଉର୍ଭି ପଟେଲ ୨୪ ରନ୍ ଓ କାର୍ତ୍ତିକ ଶର୍ମା ଅପରାଜିତ ୫୪ ରନ୍ କରିଥିଲେ।
ଟସ୍ ଜିଣି ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ପାଇଁ ନମନ ଧୀର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୭ଟି ବଲ୍ର ସାମ୍ନା କରିଥିଲେ ଏବଂ ୪ଟି ଚୌକା ଓ ୩ଟି ଛକା ବଳରେ ୫୭ ରନ୍ ସଂଗ୍ରହ କରିଥିଲେ।
ଆହୁରି ପଢ଼ନ୍ତୁ: Srilanka: କ୍ରିକେଟ୍ ବୋର୍ଡକୁ ନିୟନ୍ତ୍ରଣକୁ ନେଲେ ଶ୍ରୀଲଙ୍କା ସରକାର
ମୁମ୍ବାଇର ପ୍ରାରମ୍ଭିକ ବ୍ୟାଟିଂ ଉତ୍ସାହଜନକ ନଥିଲା। ପ୍ରାରମ୍ଭିକ ବ୍ୟାଟର ୫ଟି ବଲ୍ ଖେଳି ମାତ୍ର ଏକ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଦଳ ଦ୍ବିତୀୟ ୱିକେଟରେ ୫୯ ରନ୍ର ଭାଗିଦାରୀ କରିଥିଲା। ରାୟନ ରିକେଲ୍ଟନ ଏବଂ ନମନ ଧୀରଙ୍କ ଦ୍ବାରା ଏହା ହୋଇଥିଲା। ରିକେଲ୍ଟନ ୩୭ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ସେ ୨୪ଟି ବଲ୍ ଖେଳି ୫ଟି ଛକା ମାରିଥିଲେ।
ଚେନ୍ନାଇର ତୃତୀୟ ଶିକାର ହୋଇଥିଲେ ସୂର୍ଯ୍ୟକୁମାର ଯାଦବ, ଯିଏକି ୧୨ଟି ବଲ୍ ଖେଳି ୨୧ ରନ୍ ସଂଗ୍ରହ କରିଥିଲେ। ସେ ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଯୁବ ବ୍ୟାଟର ତିଳକ ବର୍ମା (୫ରନ୍) ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲେ। ରୋବିନ ମିଞ୍ଜ ୫ ରନ୍ କରି ଆଉଟ୍ ହୋଇଥିଲେ।
Comments (0)