Sand mafia: ରକ୍ତମୁଖା ବାଲିମାଫିଆ: ଚଢ଼ଉ ବେଳେ ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଟିଲା ଟ୍ରକ୍

ଖନ୍ତାପଡ଼ା: ବାଲେଶ୍ବର ଜିଲ୍ଲାରେ ରକ୍ତମୁଖା ହୋଇଛନ୍ତି ବାଲି ମାଫିଆ। ବେଆଇନ ବାଲି ଚାଲାଣ ରୋକିବାକୁ ଚଢ଼ଉ ବେଳେ ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଟ୍ରକ୍ରେ ଧକ୍କା ଦେଇ ହତ୍ୟା କରିବାକୁ ଉଦ୍ୟମ ହୋଇଛି। ତେବେ ଅତିରିକ୍ତ ତହସିଲଦାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ଜଣଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ, ଆଜି ସକାଳେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ପାଇକାଳି ପୋଲ ନିକଟରେ ବେଆଇନ ବାଲି ମହଜୁଦ ରଖାଯାଇଥିବା ସ୍ଥାନରେ ଚଢ଼ଉ କରିଥିଲେ।
Convocation: ନୂଆ ବିକଶିତ ଓଡ଼ିଶାର ସ୍ଵପ୍ନ ଦେଖିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଆହ୍ଵାନ
ବର୍ତ୍ତିଗଲେ ଅତିରିକ୍ତ ତହସିଲଦାର
ଏହି ସମୟରେ ଓଡି-୦୧ଟି-୭୧୯୩ ନମ୍ବର ବିଶିଷ୍ଟ ବାଲି ବୋଝେଇ ଟ୍ରକ୍ଟି ଦ୍ରୁତ ଗତିରେ ବାଲେଶ୍ୱର ରାସ୍ତାରେ ଖସିଯିବାକୁ ଉଦ୍ୟମ କରିଥିଲା। ଅତିରିକ୍ତ ତହସିଲଦାର ଶ୍ରୀ ସିଂହ ନିଜ ଗାଡ଼ିରେ ଉକ୍ତ ବାଲିଗାଡ଼ିର ପିଛା କରିଥିଲେ ଓ ପଣପଣା ନିକଟରେ ଟ୍ରକ୍ଟିକୁ ଓଭରଟେକ୍ କରି ଅଟକାଇବକୁ ଚେଷ୍ଟା କରିଥିଲେ। ଟ୍ରକ୍ଟି ନ’ ଅଟକି ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ତେବେ ଅତିରିକ୍ତ ତହସିଲଦାର ଶ୍ରୀ ସିଂହ ସୁରକ୍ଷିତ ଭାବେ ନିଜ ଗାଡ଼ିରୁ ବାହାରି ଆସିଥିଲେ। ଖବର ପାଇ ଖନ୍ତାପଡ଼ା ଥାନା ଅଧିକାରୀ ଅନୁରାଗ ମହାନ୍ତି ପହଞ୍ଚି ଟ୍ରକ୍ ଜବତ କରିବା ସହିତ ଡ୍ରାଇଭରଙ୍କୁ ଗିରଫ କରିଛନ୍ତି।
Weekly Horoscope 2026 May 03 to May 09: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
Comments (0)