Rohit Jain : ରୋହିତ ଜୈନ ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର

ମୁମ୍ବାଇ: ରୋହିତ ଜୈନ ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର ଭାବେ ୩ ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି। ଟି ରବିଶଙ୍କରଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ଶ୍ରୀ ଜୈନଙ୍କ କାର୍ଯ୍ୟକାଳ ମେ ୩ ତାରିଖରୁ ଆରମ୍ଭ ହେବ । ସଂପ୍ରତି ସେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ଅଛନ୍ତି।
ରିଜର୍ଭ ବ୍ୟାଙ୍କ ଆଇନ ୧୯୩୪ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କରେ ୪ ଜଣ ଡେପୁଟି ଗଭର୍ଣ୍ଣର ରହିବେ । ଦୁଇଜଣ ରିଜର୍ଭ ବ୍ୟାଙ୍କର ଅଧିକାରୀମାନଙ୍କ ମଧ୍ୟରୁ ନିଯୁକ୍ତ ହେବାକୁ ଥିବାବେଳେ ଜଣେ ବାଣିଜ୍ୟିକ ବ୍ୟାଙ୍କରୁ ଏବଂ ଜଣେ ଅର୍ଥନୀତିଜ୍ଞ ନିଯୁକ୍ତ ବ୍ୟବସ୍ଥା ରହିଛି । ଶ୍ରୀ ଜୈନଙ୍କ ବ୍ୟତୀତ ଅନ୍ୟ ୩ ଜଣ ଡେପୁଟି ଗଭର୍ଣ୍ଣର ହେଉଛନ୍ତି ସ୍ୱାମୀନାଥନ ଜେ, ପୁନମ ଗୁପ୍ତା ଏବଂ ଶିରୀଷ ଚନ୍ଦ୍ର ମୁର୍ମୁ । ଉଲ୍ଲେଖଯୋଗ୍ୟ, ରବି ଶଙ୍କର ପ୍ରଥମେ ୨୦୨୧ ସେପ୍ଟେମ୍ବରରେ ଡେପୁଟି ଗଭର୍ଣ୍ଣର ଭାବେ ୩ ବର୍ଷ ପାଇଁ ନିଯୁକ୍ତି ପାଇଥିଲେ। ୨୦୨୪ ଏବଂ ୨୦୨୫ରେ ଦୁଇଟି ପର୍ଯ୍ୟାୟରେ ୧ ବର୍ଷ ଲେଖାଏଁ ତାଙ୍କ କାର୍ଯ୍ୟକାଳ ବଢ଼ିଥିଲା ।
ଅଧିକପଢ଼ନ୍ତୁ:ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ; ପାସ୍ ହାର ୯୫.୩୩ ପ୍ରତିଶତ, ଛାତ୍ରଙ୍କୁ ଟପିଲେ ଛାତ୍ରୀ
Comments (0)