Cricket: ଦୁଇ ମୃତ ଭାଇଙ୍କୁ ବିଜୟ ଉତ୍ସର୍ଗ କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଶୁକ୍ରବାର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ବିକେଟ୍ରେ ହରାଇ ପୁଣି ବିଜୟ ପଥକୁ ଫେରିଛି। ଏହି ସ୍ମରଣୀୟ ବିଜୟକୁ ଦିଲ୍ଲୀର ଅଧିନାୟକ ଅକ୍ଷର ପଟେଲ ଦୁର୍ଘଟଣାରେ ମୃତ ଦୁଇ ଯୁବ ପ୍ରଶଂସକଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ଦୁଇ ପ୍ରଶଂସକ ହେଲେ ଯଜ୍ଞ ଭାଟିଆ (୨୦) ଓ ଅଭାବ୍ ଭାଟିଆ(୧୪)। ମ୍ୟାଚ୍ ପରେ ଅକ୍ଷର କହିଛନ୍ତି, “ଏହି ଅପୂରଣୀୟ କ୍ଷତି ପାଇଁ ସେମାନଙ୍କ ପରିବାରକୁ ସମବେଦନା ଜଣାଉଛି। ଏହି ବିଜୟ ଉଭୟଙ୍କୁ ସମର୍ପିତ। ସେମାନେ ‘ଡିସି’ ପରିବାରର ସଦସ୍ୟ ଥିଲେ’’।
ସେହିପରି ଦିଲ୍ଲୀର ମୁଖ୍ୟ ପ୍ରଶିକ୍ଷକ ହେମାଙ୍ଗ ବଦାନି କହିଛନ୍ତି ଯେ ସେମାନେ ଦିଲ୍ଲୀର ବହୁତ ବଡ଼ ପ୍ରଶଂସକ ଥିଲେ। ସେମାନେ ଆମକୁ ଗର୍ବିତ କରିଛନ୍ତି। ଏହି ବିଜୟ ସେମାନଙ୍କ ପାଇଁ। ଗତ ୨୭ ତାରିଖରେ ଦିଲ୍ଲୀ ଓ ଆର୍ସିବି ମ୍ୟାଚ୍ ଦେଖି ଫେରୁଥିବାବେଳେ ଏହି ଦୁଇ ଭାଇଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଏହାପରେ ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।
ଆହୁରି ପଢ଼ନ୍ତୁ: Srilanka: କ୍ରିକେଟ୍ ବୋର୍ଡକୁ ନିୟନ୍ତ୍ରଣକୁ ନେଲେ ଶ୍ରୀଲଙ୍କା ସରକାର
ସଂକ୍ଷିପ୍ତ ସ୍କୋର୍: ରାଜସ୍ଥାନ ରୟାଲ୍ସ ୨୨୫/୬ (ରିୟାନ ପରାଗ-୯୦, ଡୋନୋଭାନ ପେରେରା-୪୭*, ଧ୍ରୁବ ଜୁରେଲ-୪୨, ମିଚେଲ୍ ଷ୍ଟାର୍କ-୩/୪୦)। ଦିଲ୍ଲୀ କ୍ୟାପିଟାଲ୍ସ ୧୯.୧ ଓଭରରେ ୨୨୬/୩ (କେଏଲ୍ ରାହୁଲ-୭୫, ପଥୁମ ନିଶଙ୍କା-୬୨, ଆଶୁତୋଷ ଶର୍ମା-୨୫*, ତ୍ରିଷ୍ଟନ୍ ଷ୍ଟବ୍ସ-୧୮*, ରବୀନ୍ଦ୍ର ଜାଡ଼େଜା-୧/୩୩, ତୁଷାର ଦେଶପାଣ୍ଡେ-୧/୩୮, ଜୋଫ୍ରା ଆର୍ଚର-୧/୪୬)।
Comments (0)