Success: ଅଭିନେତା ସଞ୍ଜୟଙ୍କ ଝିଅ ତ୍ରିଶାଳା କହିଲେ- ‘ନାମରେ ନୁହେଁ, ଯୋଗ୍ୟତାରେ ସଫଳତା ମିଳେ’

May 03, 2026 - 06:02
0 0
Success: ଅଭିନେତା ସଞ୍ଜୟଙ୍କ ଝିଅ ତ୍ରିଶାଳା କହିଲେ- ‘ନାମରେ ନୁହେଁ, ଯୋଗ୍ୟତାରେ ସଫଳତା ମିଳେ’

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ନିକଟରେ ଏକ ସାକ୍ଷାତକାରରେ ତାଙ୍କ ପିତାଙ୍କ ସହ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି ଯେ, କେବଳ ଏକ ପ୍ରସିଦ୍ଧ ପରିବାରରୁ ଆସିଲେ ଅଭିନେତ୍ରୀ ହେବା ସହଜ ହୋଇନଥାଏ କି ସବୁ ଅଫର ସ୍ୱତଃସ୍ପୃତ ମିଳିଯାଏ ନାହିଁ। ତେଣୁ ନାମରେ ନୁହେଁ, ଯୋଗ୍ୟତାରେ ହିଁ ସଫଳତା ମିଳିଥାଏ। 

‘ଇନସାଇଡ ଥଟ୍ସ ଆଉଟ ଲାଉଡ’ ପଡକାଷ୍ଟରେ କଥାହେବା ସମୟରେ ତ୍ରିଶାଳା କହିଥିଲେ ଯେ, ଛୋଟବେଳେ ସେ ବଲିଉଡରେ କାମ କରିବା ବିଷୟରେ ଭାବିଥିଲେ। କିନ୍ତୁ ଅଭିନୟ ପ୍ରତି ତାଙ୍କର ବିଶେଷ ଆଗ୍ରହ ନଥିଲା। ସେ କେବଳ ତାଙ୍କ ପିତାଙ୍କ ସହିତ ଅଧିକ ସମୟ କାଟିବାକୁ ଚାହୁଁଥିଲେ।

ଏହି ସନ୍ଦର୍ଭରେ ସଞ୍ଜୟଙ୍କ ସହିତ ହୋଇଥିବା ତାଙ୍କୁ ଆଲୋଚନାକୁ ସେ ପ୍ରକାଶ କରି କହିଛନ୍ତି ଯେ, ସଞ୍ଜୟ କହିଥିଲେ ତୁମେ ଯେଉଁଥିରେ ଆଗ୍ରହୀ, ସେଥିରେ ଧ୍ୟାନ ଦିଅ। କେବଳ ମୋ ଝିଅ ହେବାରୁ ତୁମେ ନାୟିକା ହେବ ବୋଲି ଭାବିବା ଠିକ୍ ନୁହେଁ ଏବଂ ସବୁ ଅଫର ମିଳିବ ମଧ୍ୟ  ସହଜ ନୁହେଁ। ଏହି କଥା ତ୍ରିଶାଳାଙ୍କୁ ଜୀବନରେ ନିଜର ପଥ ଚୟନ କରିବାରେ ପ୍ରେରଣା ଦେଇଥିଲା। ପରେ ତ୍ରିଶାଳା ଅଭିନୟରୁ ଦୂରେ ରହି ଚିକିତ୍ସା କ୍ଷେତ୍ରକୁ ଚୟନ କରିଥିଲେ। ସେ ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନତା ସୃଷ୍ଟି କରିବାକୁ ନିଜ ଜୀବନର ଲକ୍ଷ୍ୟ କରିଛନ୍ତି ଏବଂ ସମାଜରେ ଏହି ବିଷୟରେ ସ୍ପଷ୍ଟ ଆଲୋଚନା ଆବଶ୍ୟକ ବୋଲି କହିଛନ୍ତି।

ସଞ୍ଜୟ ଦତ୍ତଙ୍କ ତିନୋଟି ବିବାହ ଏବଂ ସନ୍ତାନ-

ତ୍ରିଶାଳା ଦତ୍ତ ହେଉଛନ୍ତି ସଞ୍ଜୟ ଦତ୍ତ ଏବଂ ତାଙ୍କ ପ୍ରଥମ ପତ୍ନୀ ରିଚା ଶର୍ମାଙ୍କ ଝିଅ, ଯିଏ ୧୯୯୬ ମସିହାରେ ମସ୍ତିଷ୍କ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ। ସଞ୍ଜୟ ୧୯୯୮ ମସିହାରେ ରିଆ ପିଲାଇଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୮ ମସିହାରେ ଏହି ବିବାହ ଶେଷ ହୋଇଗଲା। ସଞ୍ଜୟ ୨୦୦୮ ମସିହାରୁ ମାନ୍ୟତା ଦତ୍ତଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତି ୨୦୧୦ ମସିହାରେ ଯମଜ ସନ୍ତାନ-ପୁଅ ଶାହରାନ୍ ଏବଂ ଝିଅ ଇକ୍ରାଙ୍କ ପିତାମାତା ହୋଇଥିଲେ।

ଆହୁରି ପଢ଼ନ୍ତୁ: ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଥିବା ସଞ୍ଜୟ ଦତ୍ତ କେତେ ସମ୍ପତ୍ତିର ମାଲିକ ଜାଣନ୍ତୁ

ତ୍ରିଶାଳା ଦତ୍ତ, ଯିଏ ରିଚା ଶର୍ମାଙ୍କ ଝିଅ ଛୋଟବେଳୁ ଆମେରିକାରେ ତାଙ୍କ ଜେଜେମାଆଙ୍କ ସହିତ ବଢ଼ିଥିଲେ। ସେ ବେଳେ ବେଳେ ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ଜୀବନ ଓ ଭାବନା ବିଷୟରେ  ସ୍ପଷ୍ଟ ଆଲୋଚନା କରନ୍ତି।

Comments (0)

User