Protest: ଗଣଧାରଣାରେ ସାମିଲ ହେଲେ କେନ୍ଦୁପତ୍ର ତୋଳାଳୀ, କର୍ମଚାରୀ

May 02, 2026 - 21:24
0 1
Protest: ଗଣଧାରଣାରେ ସାମିଲ ହେଲେ କେନ୍ଦୁପତ୍ର ତୋଳାଳୀ, କର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ବାନ କ୍ରମେ ଆଜି ରାଜ୍ୟର ଅଧିକାଂଶ କେନ୍ଦୁପତ୍ର ଡିଭିଜନରେ ପ୍ରାୟ ୨୦୦୦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମୁଖରେ ଲକ୍ଷାଧିକ ତୋଳାଳୀ, ସିଜିନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକମାନେ ସରକାରଙ୍କ ସେମାନଙ୍କ ପ୍ରତି ହେଉଥିବା ଅବହେଳା ଏବଂ ପ୍ରତାରଣା ବିରୋଧରେ କଳାବ୍ୟାଚ ପରିଧାନ କରି ଗଣ ଧାରଣାରେ ସାମିଲ ହୋଇଛନ୍ତି। ଏହା ସହିତ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର ଦସ୍ତଖତ ସମ୍ବଳିତ ଚରମ ଦାବୀ ପତ୍ର ଦେଇଛନ୍ତି। 

ଆଜି ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମହାନ୍ତି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ, ସଂଘର ଆହ୍ବାନ କ୍ରମେ ପ୍ରତି କେନ୍ଦୁପତ୍ର ସଂଗ୍ରହ କେନ୍ଦ୍ରରେ ମଇ ୧ ତାରିଖ ଆନ୍ତର୍ଜାତିକ ଶ୍ରମିକ ଦିବସରେ ତୋଳାଳୀ ତଥା ଶ୍ରମିକ ମାନେ ସମ୍ବଳିତ ହୋଇ ପ୍ରତିବାଦ ସ୍ବରୂପ କଳାବ୍ୟାଚ ପରିଧାନ କରିଥିଲେ। ଏହାପରେ ଆଜି ମଇ ୨ ତାରିଖରେ ପ୍ରତି ଗ୍ରାମ ପଞ୍ଚାୟତରେ ଶହ ଶହ ସଂଖ୍ୟାରେ ସକାଳ ୯ ଘଣ୍ଟାରୁ ବିଭିନ୍ନ ସ୍ଳୋଗାନ ସହ ଗଣ ଧାରଣାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚରମ ଦାବୀ ପତ୍ର ଦେଇଥିଲେ। ଏହି ଅଦ୍ଭୁତପୂର୍ବ ଭାବରେ ସ୍ଵତଃଫୁର୍ତ୍ତ ଭାବରେ ସଫଳ ହୋଇଥିଲା। ଲକ୍ଷାଧିକ ତୋଳାଳୀ, ହଜାର ହଜାର ଶିଯିନାଲ କର୍ମଚାରୀ ତଥା ଆନୁସଙ୍ଗିକ ଶ୍ରମିକ ମାନେ ଏଥିରେ ସାମିଲ ହୋଇଥିଲେ। ଅନେକ ଗ୍ରାମ ପଞ୍ଚାୟତରେ ଦଳମତ ନିର୍ବିଶେଷରେ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇ ଆନ୍ଦୋଳନ କୁ ସମର୍ଥନ ଜଣାଇଥିଲେ। 

ଆହୁରି ପଢ଼ନ୍ତୁ: Sun stroke: ଅଂଶୁଘାତରେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ ଅଭିଯୋଗ

ଏହି ଆନ୍ଦୋଳନରେ ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି  ବିଭିନ୍ନ ଗ୍ରାମ ପଞ୍ଚାୟତରେ ଗଣ ଧାରଣା ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇ ସରକାର ଅବହେଳା ଏବଂ ପ୍ରତାରଣାର ତୀବ୍ର ନିନ୍ଦା କରିଥିଲେ। ଅଶର୍ଯ୍ୟର କଥା ଯେ,କେନ୍ଦୁପତ୍ର ସଂଗ୍ରହ ପ୍ରାୟ ଅର୍ଦ୍ଧାଧିକ ସମୟ ଅତିବାହିତ ହୋଇଥିଲେ ମଧ୍ୟ କେ ଏଲ୍ ଡି ବି ବୈଠକ ହୋଇନାହିଁ କିମ୍ବା କେନ୍ଦୁପତ୍ର କେରି ଦର ଦୀର୍ଘ ୨ ବର୍ଷ ହେଲା ବୃଦ୍ଧି ହୋଇ ନାହିଁ। ସରକାର ତାଙ୍କର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କଲେ ନାହିଁ। ବୋନସ ଓ ସିଜିନାଲ୍ କର୍ମଚାରୀଙ୍କ ମାସିକ ମଜୁରୀ ମଧ୍ୟ ବୃଦ୍ଧି ଘୋଷଣା କରାଗଲା ନାହିଁ। ଅନ୍ୟାନ୍ୟ ଦାବି ପୂରଣ ମଧ୍ୟ ହେଲା ନାହିଁ। ଏହି ପ୍ରସଙ୍ଗରେ ସରକାର କେନ୍ଦୁପତ୍ର ତୋଳାଳୀ ଶ୍ରମିକ ମାନଙ୍କ ପ୍ରତି ଚରମ ପ୍ରତାରଣା କରିଛନ୍ତି। ତେଣୁ ଏହି ଆନ୍ଦୋଳନ ଏହାର ପ୍ରତିବାଦରେ ଏକ ସ୍ଵତଃଫୁର୍ତ୍ତ ତଥା ଅଦ୍ଭୁତ ପୂର୍ବ ଆନ୍ଦୋଳନ। ଏଥିରେ ସରକାର ଯଦି ଚେତିବେ ନାହିଁ ତେବେ ଆଗାମୀ ଦିନରେ ଭିନ୍ନ ଧରଣର ବିରୋଧରେ ଆନ୍ଦୋଳନ ହେବ ବୋଲି ଶ୍ରୀ ମହାନ୍ତି ସରକାରଙ୍କୁ ସତର୍କ କରିଛନ୍ତି। 

ଏହି ଆନ୍ଦୋଳନରେ ସଂଘର ବରିଷ୍ଠ ଉପସଭାପତି ଗୋକୁଳ ମେହେର ଓ ସାଧାରଣ ସମ୍ପାଦକ ସଂଜିତ ମହାନ୍ତି ଉପସଭାପତି ସରୋଜ କର୍ଣ୍ଣ, ଶ୍ରୀ ବିନୋଦ କୁମାର ପ୍ରଧାନ ସହଯୋଗୀ ସାଧାରଣ ସମ୍ପାଦକ ମହମ୍ମଦ ମୂର୍ତ୍ତୁଯା, ଉପସଭାପତି ପଦ୍ମାବତୀ କିସାନ, ପାଟଣାଗଡ ସମ୍ପାଦକ ଶିବାନନ୍ଦ ପରିଚ୍ଛା, ରାଜ୍ୟ ସମ୍ପାଦକ ବିଜୟ ପଟ୍ଟନାୟକ ଜୟପୁର  ସମ୍ପାଦକ ରାମ ମାଢ଼ି, ପ୍ରହଲ୍ଲାଦ ପରିଡ଼ା,  ରାଜ୍ୟ ସମ୍ପାଦକ ମନୋଜ ସାହୁ କେଉଁଝର ସମ୍ପାଦକ ସଞ୍ଜୟ ଚୌଧୁରୀ ଅନୁଗୁଳ ରତ୍ନାକର ପ୍ରଧାନ, ଝାରସୁଗୁଡ଼ା ଡିଭିଜନ ସମ୍ପାଦକ ପ୍ରଦୀପ ସାହୁ, ରେଢ଼ାଖୋଲ କିଶୋର ପ୍ରଧାନ, ଉଦିତ ତ୍ରିପାଠୀ, ବୌଦ୍ଧ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ରାଉରକେଲା ଡିଭିଜନ କୋଷାଧ୍ୟକ୍ଷ ସୋଭରାମ ପ୍ରଧାନ, କୁଚିଣ୍ଡା ଡିଭିଜନ କୀର୍ତ୍ତନ ସେନାପତି, ମିଳନ ପଲେଇ, ଦେବଗଡ଼ ଡିଭିଜନ ସମ୍ପାଦକ ଭୁପେନ୍ଦ୍ର ନାୟକ, ବିଶ୍ଵନାଥ ସ୍ୱାଇଁ, ମାଲକାନଗିରି ଶ୍ରୀ ରାମ ମାଢି ଓ ନବରଙ୍ଗପୁର ଭାଗିରଥି ବିଶୋଇ, ଫୁଲବାଣୀ ଡିଭିଜନ ସମ୍ପାଦକ ଲକ୍ଷ୍ମଣ ସାହୁ, ବଲାଙ୍ଗୀର ଡିଭିଜନ ସମ୍ପାଦକ ରାଜୁ ମେହେର, ଟିଟିଲାଗଡ ଡିଭିଜନ ସମ୍ପାଦକ ରାଜୁ ବିଶି, ନବ ମହାର, ଅଶୋକ ମାଝି ପ୍ରମୁଖ ଡିଭିଜନ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ।

Comments (0)

User