Prasoon Joshi : ବିଶିଷ୍ଟ ଗୀତିକାର ପ୍ରସୂନ୍ ଯୋଶୀ ପ୍ରସାର ଭାରତୀ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଗୀତିକାର ତଥା କବି ପ୍ରସୂନ୍ ଯୋଶୀଙ୍କୁ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ପ୍ରସୂନ୍ଙ୍କ ନାମ ଦେଶର ସାର୍ବଜନୀନ ପ୍ରସାରକର ମୁଖ୍ୟ ଭାବେ ଘୋଷଣା କରାଯାଇଛି। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋୱାରିକରଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ନିର୍ଦ୍ଦେଶକ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦିଆଯିବାର ଦିନକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବରରେ ପ୍ରଶାସକ ନବନୀତ କୁମାର ସେହଗଲଙ୍କ ଇସ୍ତଫା ପରେ ପ୍ରସାର ଭାରତୀ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା।
ଯୋଶୀ ଜଣେ ପ୍ରତିଷ୍ଠିତ ସୃଜନଶୀଳ ଗୀତିକାର। ସାହିତ୍ୟ, ବିଜ୍ଞାପନ, ସିନେମା ଓ ସାର୍ବଜନୀନ ଯୋଗାଯୋଗ କ୍ଷେତ୍ରରେ ତାଙ୍କର ବ୍ୟାପକ ଅବଦାନ ରହିଛି। ଯୋଶୀ ତାଙ୍କ ପ୍ରଭାବଶାଳୀ ଆଲେଖ୍ୟ, ଗଭୀର ସାଂସ୍କୃତିକ ସମ୍ବେଦନଶୀଳତା ସମସାମୟିକ ଗଣମାଧ୍ୟମର ଦିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଶୀଙ୍କୁ ତାଙ୍କ ନୂଆ ନିଯୁକ୍ତି ନେଇ ଶୁଭେଚ୍ଛା ଜଣାଇଛନ୍ତି। ଏହାପୂର୍ବରୁ ଯୋଶୀ ଅଗଷ୍ଟ ୨୦୧୭ ମସିହାରେ ସେନ୍ସର ବୋର୍ଡ଼ (କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।
ଅଧି୍କପଢ଼ନ୍ତୁ:ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ; ପାସ୍ ହାର ୯୫.୩୩ ପ୍ରତିଶତ, ଛାତ୍ରଙ୍କୁ ଟପିଲେ ଛାତ୍ରୀ
Comments (0)