Iran:ଇସ୍ରାଏଲ ପାଇଁ ଗୁପ୍ତଚରୀ ଅଭିଯୋଗରେ ଇରାନରେ ଦୁଇଜଣଙ୍କୁ ଫାଶୀ

May 02, 2026 - 21:24
0 1
Iran:ଇସ୍ରାଏଲ ପାଇଁ ଗୁପ୍ତଚରୀ ଅଭିଯୋଗରେ ଇରାନରେ ଦୁଇଜଣଙ୍କୁ ଫାଶୀ

ତେହେରାନ: ଇସ୍ରାଏଲ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଇରାନ ଶନିବାର ଦୁଇଜଣଙ୍କୁ ଫାଶୀ ଦେଇଛି। ଇରାନ ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ଏମାନଙ୍କ ମଧ୍ୟରୁ ଜଣଙ୍କୁ କେନ୍ଦ୍ରୀୟ ଇସଫାହାନ୍‌ ପ୍ରଦେଶରେ ନଟାଞ୍ଜ ପରମାଣୁ କେନ୍ଦ୍ର ନିକଟରେ ଗୁପ୍ତ ତଥ୍ୟ ସଂଗ୍ରହ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା।

ଇରାନର ନ୍ୟାୟପାଳିକା କହିଛି ଯେ, ଇସ୍ରାଏଲ ଓ ଏହାର ଗୁପ୍ତଚରୀ ସଂସ୍ଥା ମୋସାଦ ସହିତ ଗୋପନୀୟ ତଥ୍ୟ ପ୍ରଦାନ କରିବାରେ ସହଯୋଗ ପାଇଁ ଦୋଷୀ ସାବ୍ୟସ୍ତ ହେବା ପରେ ୟାଘୌବ କରିମପୋର୍‌ ଏବଂ ନାସେର ବାକରଜାଦେହଙ୍କୁ ଫାଶୀ ଦିଆଯାଇଥିଲା। କରିମ୍‌ପୋର୍‌ ସମ୍ବେଦନଶୀଳ ସୂଚନା ମୋସାଦ ଅଧିକାରୀଙ୍କୁ ପ୍ରଦାନ କରୁଥିଲା। ବାକରଜାଦେହ ସରକାରରେ ଥିବା ପ୍ରମୁଖ ବ୍ୟକ୍ତି ଓ ଧାର୍ମିକ ବ୍ୟକ୍ତିତ୍ବଙ୍କ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲା। ଏପରିକି ନଟାଞ୍ଜ ପରମାଣୁ କେନ୍ଦ୍ରର ତଥ୍ୟ ସଂଗ୍ରହ କରୁଥିଲା। ଇରାନରେ ଗତ ଦୁଇ ସପ୍ତାହରୁ କମ୍‌ ସମୟ ମଧ୍ୟରେ ଏହା ଦ୍ବିତୀୟ ମୃତ୍ୟୁଦଣ୍ଡ ଘଟଣା।

ଏପ୍ରିଲ ୨୦ରେ ମୋସାଦ ସହିତ ମିଶି ଇରାନ ଭିତରେ ଆକ୍ରମଣ କରିବାକୁ ଯୋଜନା କରିବା ଅଭିଯୋଗରେ ଦୁଇଜଣଙ୍କୁ ଫାଶୀ ଦିଆଯାଇଥିଲା। ମହମ୍ମଦ ମାସୋମ ସାହି ଓ ହମେଦ୍‌ ଭାଲିଦିଙ୍କୁ ମୋସାଦର ଗୁପ୍ତଚରୀ ନେଟୱର୍କର ଅଂଶ ତଥା ବିଦେଶରେ ପ୍ରଶିକ୍ଷଣ (ଇରାକର କୁର୍ଦିସ୍ତାନ ମଧ୍ୟ ସାମିଲ) ନେବା ଅଭିଯୋଗ ହୋଇଥିଲା।

ଅଧିକପଢ଼ନ୍ତୁ:ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶିତ; ପାସ୍‌ ହାର ୯୫.୩୩ ପ୍ରତିଶତ, ଛାତ୍ରଙ୍କୁ ଟପିଲେ ଛାତ୍ରୀ

 

Comments (0)

User