Gujarat: ଜୁନାଗଡ଼ରେ ତୀର୍ଥଯାତ୍ରୀ ବସ୍ ଓଲଟି ପଡ଼ିବାରୁ ୨ ମୃତ, ୧୫ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଗୁଜରାଟର ଜୁନାଗଡ଼ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ଆହତମାନଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପୁଲିସ ସୂଚନା ଅନୁଯାୟୀ, ଭାବନଗରରୁ ୪୦ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ନେଇ ଦ୍ବାରକା ଓ ସୋମନାଥ ପରି ଧାର୍ମିକ ସ୍ଥଳ ଯାଉଥିବା ବସ୍ ମଙ୍ଗ୍ରୋଲ ସହରର ରାହିଜ୍ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହଠାତ୍ ଗୋଟିଏ ନୀଳଗାଈ ବସ୍ ଚାଲିଆସିବାରୁ ଦୁର୍ଘଟଣା ଘଟିଥିଲା। ଦୁଇଜଣ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ମିଳିପାରିନାହିଁ।ଆହତମାନଙ୍କୁ ଜୁନାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ। ଓଲଟି ପଡ଼ିଥିବା ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବା ପାଇଁ ଏକ୍ସକାଭେଟର ବ୍ୟବହାର କରାଯାଇଥିଲା।
ଅଧିକପଢ଼ନ୍ତୁ:ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ; ପାସ୍ ହାର ୯୫.୩୩ ପ୍ରତିଶତ, ଛାତ୍ରଙ୍କୁ ଟପିଲେ ଛାତ୍ରୀ
Comments (0)