Suspected Poison Plot Behind Death: ମୃତ୍ୟୁ ପଛରେ ବିଷ ଷଡ଼ଯନ୍ତ୍ର ଥିବା ଆଶଙ୍କା, ତରଭୁଜ ଯୋଗୁ ମୃତ୍ୟୁର ପ୍ରମାଣ ମିଳିନି କହିଲା ପୋଲିସ

May 03, 2026 - 06:12
0 0
Suspected Poison Plot Behind Death: ମୃତ୍ୟୁ ପଛରେ ବିଷ ଷଡ଼ଯନ୍ତ୍ର ଥିବା ଆଶଙ୍କା, ତରଭୁଜ ଯୋଗୁ ମୃତ୍ୟୁର ପ୍ରମାଣ ମିଳିନି କହିଲା ପୋଲିସ

ତରଭୁଜ ନୁହେଁ, ୪ ଜଣଙ୍କୁ ଦିଆଯାଇଥିଲା ବିଷ
ତରଭୁଜ ଖାଇ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା 
ପୂରା ପରିବାରକୁ ଖାଦ୍ୟରେ ବିଷଦେଇ କରାଯାଇଛି ହତ୍ୟା ! 

ମୁମ୍ବାଇରେ ତରଭୁଜ ଖାଇ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟଣାରେ ବଡ଼ ଟ୍ୱିଷ୍ଟ । ମୃତ୍ୟୁ ପଛରେ ବାହାରିଲା ଷଡଯନ୍ତ୍ରର ଗନ୍ଧ । ତରଭୁଜ ନୁହେଁ, ବରଂ ବିଷ ମିଶା ଖାଦ୍ୟ ଖାଇ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ତଦନ୍ତରୁ ଖୁଲାସା କରିଛି ପୋଲିସ । 

ମୃତକଙ୍କ ମସ୍ତିଷ୍କ, ହୃଦୟ ଓ ଅନ୍ତଃନଳୀ ସବୁଜ ପଡିଯାଇଥିଲା । ଯାହା ବିଷ ଯୋଗୁଁ ଘଟିଥାଏ । ଏହାସହ ସେମାନଙ୍କ ଶରୀରରୁ ମର୍ଫିନ୍ ନାମକ ଶକ୍ତିଶାଳୀ ଔଷଧ ମିଳିଥିଲା । ଏହା ଏକ ଶକ୍ତିଶାଳୀ ପେନକିଲର ଅଟେ ଯାହାକି ସାଧାରଣତଃ ଡାକ୍ତରଙ୍କ ପରାମର୍ଶରେ ଗୁରୁତର ରୋଗୀଙ୍କୁ ଦିଆଯାଏ । ଏହାର ଓଭର ଡୋଜ୍  ଜୀବନ ନେଇପାରେ । 

ପୂରା ପରିବାରକୁ ବିଷ ଦେଇ... 

ଏବେ ପ୍ରଶ୍ନ ଉଠୁଛି, ମୃତ ୪ ଜଣଙ୍କ ଶରୀରରେ କେଉଁଠୁ ଆସିଲା ଏହି ମର୍ଫିନ୍ ଓ କିଏ ସେମାନଙ୍କୁ କିଭଳି ଭାବେ ଦେଲା ? ।  ପୂରା ପରିବାରକୁ ବିଷ ଦେଇ ମାରିଦିଆଯାଇଛି କି ? କାରଣ ତରଭୁଜ ଖାଇବା ପରେ ଫୁଡ୍ ପଏଜନିଂ ଯୋଗୁଁ ମୃତ୍ୟୁ ହୋଇନଥିବା କଥା ଡାକ୍ତର ବି କହୁଛନ୍ତି ।

ଗତ ୨୬ ତାରିଖ ରାତିରେ ଅବଦୁଲ୍ଲା ଅବଦୁଲ୍ କଦର୍, ତାଙ୍କର ପତ୍ନୀ ନସରିନ୍, ଦୁଇ ନାବାଳିକା ଝିଅ ମୁମ୍ବାଇର ଏକ ପାର୍ଟିରେ ବିରିୟାନୀ ଖାଇଥିଲେ । ଏହାପରେ ଘରକୁ ଆସି ରାତି ପ୍ରାୟ ଗୋଟାଏ ବେଳେ ଖାଇଥିଲେ ତରଭୁଜ । ହେଲେ ହଠାତ୍ ଭୋର ୫ଟାବେଳକୁ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା । ସମସ୍ତଙ୍କ ଝାଡାବାନ୍ତି ହୋଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ସକାଳୁ ଜଣଙ୍କ ପରେ ଜଣେ ପ୍ରାଣ ହରାଇଥିଲେ । ଯାହା ଫୁଡ୍  ପଏଜନିଂ ଭଳି ଲାଗିଥିଲା ।  

ବିରିୟାନୀ ଖାଇବା ପରେ ତରଭୁଜ ଖାଇ ୪ ଜଣଙ୍କ ମୃତ୍ୟୁ ହେବା ଖବର ସାରା ଦେଶରେ ସୃଷ୍ଟି କରିଛି ହଇଚଇ । ଲୋକେ ତରଭୁଜ ଖାଇବାକୁ ଡରୁଛନ୍ତି । କିନ୍ତୁ ଏବେ ଘଟଣା ପଛର ଅସଲ କାରଣ ଆସିଛି ପଦାକୁ । ଏବେ ଏହି ଭୟଙ୍କର ଷଡଯନ୍ତ୍ର ପଛର ଖଳନାୟକକୁ ଧରିବାକୁ ଖୋଳତାଡ ଚଲାଇଛି ପୋଲିସ ।

Comments (0)

User