4 Jawans Killed in IED Explosion: IED ବିସ୍ଫୋରଣ ଘଟି ୪ ଯବାନ ସହିଦ, ଛତିଶଗଡ଼ କାଙ୍କେର ଜିଲ୍ଲାରେ ଅଘଟଣ

IED ଓ ଅନ୍ୟ ବିସ୍ଫୋରକ ଉଦ୍ଧାର ସମୟରେ ବିସ୍ଫୋରଣ ଘଟି ୪ ଡିଆରଜି ଯବାନ ସହିଦ ହୋଇଛନ୍ତି । ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଘଟିଛି ଏହି ଘଟଣା। ମାଓବାଦୀଙ୍କ ଠାରୁ ଜବତ ଅତ୍ୟାଧୁନିକ ବିସ୍ଫୋରକ ଯନ୍ତ୍ର ବା IED ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିବା ଲାଗି ଏହି ଯବାନମାନେ ଛୋଟେବେଟିୟା ଜଙ୍ଗଲକୁ ଯାଇଥିଲେ।
ଏହି ସମୟରେ ଦୁର୍ଘଟଣାବଶତଃ IED ବିସ୍ଫୋରଣ ଘଟିଛି ବୋଲି ସୂଚନା ଦେଇଛନ୍ତି ବସ୍ତର ଆଇଜି ପି. ସୁନ୍ଦର ରାଜ। ମୃତ ୪ ଜଣ ଯାକ ଛତିଶଗଡ଼ର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ-ଡିଆରଜିରେ କାମ କରୁଥିଲେ।..
ଏଇମାନେ ସହିଦ
ଅପରେସନର ନେତୃତ୍ୱ ନେଉଥିବା ଡିଆରଜିର ଇନ୍ସପେକ୍ଟର ସୁଖରାମ ଭାଟି (୪୦), ଜିଲ୍ଲା ବାହିନୀର କନଷ୍ଟେବଳ କୃଷ୍ଣ କୋମରା (୩୫) ଏବଂ ବସ୍ତର ଫାଇଟର୍ସର କନଷ୍ଟେବଳ ସଞ୍ଜୟ ଗଡ଼ପାଲେ (୨୯)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବସ୍ତର ଫାଇଟର୍ସର ଆଉ ଜଣେ ଆହତ କନଷ୍ଟେବଳ ପରମାନନ୍ଦ କୋମରା (୨୯)ଙ୍କୁ ହେଲିକପ୍ଟରରେ ରାୟପୁର ନିଆଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
Comments (0)