କାଳବୈଶାଖୀର ତାଣ୍ଡବ ; ଗଛ ପଡ଼ି ଭାଙ୍ଗିଲା କାର
ଖୁଣ୍ଟା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଖୁଣ୍ଟା, ପୁରୁଣାପାଣି, ଡୁକୁରା, ଲକ୍ଷ୍ମଣାସାହି ପ୍ରଭୃତି ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।
ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ଘରୋଇ ବିଦ୍ୟୁତ ସଂଯୋଗ ପ୍ରଭାବିତ ହୋଇଛି। ପୁରୁଣାପାଣିର ଗ୍ରାମର ମିଥୁନ ଦାସଙ୍କ କାର ଉପରେ ଓ ନରେନ୍ଦ୍ର ବେଶ୍ରାଙ୍କ ଘର ଉପରେ ଗଛ ପଡ଼ିଛି। ସେହିପରି ୧୯ ନମ୍ବର ଖୁଣ୍ଟା-ବାରିପଦା ରାଜପଥର ପୁରୁଣାପାଣି ଛକରେ ରାସ୍ତା ଉପରେ ଗଛ ପଡିବା ଯୋଗୁଁ ଗମନା ଗମନ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। ଖୁଣ୍ଟା ଦମକଳ ବାହିନୀ ପହଞ୍ଚି ରସ୍ତା ଉପରୁ ଗଛକୁ ହଟେଇ ଦେଇଥିଲେ। ସେହିପରି ବିଦ୍ୟୁତ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସୁଧାର ପାଇଁ ଉଦ୍ୟମ ଚଳେଇଚନ୍ତି।
Comments (0)