୨୦୦୯ ପରେ ଜନ୍ମିତ ଯୁବକ ମାନଙ୍କୁ ଧୂମପାନ ଏବଂ ସିଗାରେଟ୍ ବିକିବା ମନା
ନୂଆଦିଲ୍ଲୀ: ପିଏମକେ ନେତା ଅମ୍ବୁମଣି ରାମଦାସ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଏକ ଧୂମପାନମୁକ୍ତ ପିଢ଼ି ସୃଷ୍ଟି କରିବା ପାଇଁ ୧ ଜାନୁଆରୀ ୨୦୦୯ କିମ୍ବା ତା’ପରେ ଜନ୍ମ ହୋଇଥିବା ଯୁବକମାନଙ୍କୁ ଧୂମପାନ ଏବଂ ସିଗାରେଟ୍ ବିକ୍ରୟ ନିଷେଧ କରିବା ପାଇଁ ଆଇନଗତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା ନିଶ୍ଚିତ କରିବ ଯେ ଭବିଷ୍ୟତ ପିଢ଼ି କେବେ ବି ଆଇନଗତ ଭାବରେ ତମାଖୁ ପାଇପାରିବେ ନାହିଁ। ଆହୁରି ମଧ୍ୟ ସେ କହିଛନ୍ତି ଧୂମପାନ ଏବଂ ତମାଖୁ ସେବନ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନ ପାଇଁ ବିପଦ। ବିଶେଷକରି ଯୁବପିଢ଼ିଙ୍କ ଜୀବନ ପାଇଁ ଏହା ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି। ସ୍ୱାସ୍ଥ୍ୟ ଆକଳନ ଅନୁଯାୟୀ, ପ୍ରାୟ ୨୬୭ ନିୟୁତ ଭାରତୀୟ ତମାଖୁ ବ୍ୟବହାର କରନ୍ତି। ତମାଖୁ ଖାଇବା ଯୋଗୁଁ ପ୍ରତିବର୍ଷ ୧.୩୫ ନିୟୁତରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି।
Comments (0)