ମାଟ୍ରିକ ଫଳାଫଳ ; କଳାହାଣ୍ଡିରେ ୯୭.୮୬% ପାସ, ସ୍ୱାତୀ ଟପ୍ପର

May 03, 2026 - 06:02
0 0

ଭବାନୀପାଟଣା : ପ୍ରକାଶିତ ଦଶମ ବୋର୍ଡ ପରୀକ୍ଷାରେ ସଦର ବ୍ଲକ୍ ଗଣନାଥପୁର ସରକାରୀ ୟୁଜି ହାଇସ୍କୁଲ ଛାତ୍ରୀ ସ୍ୱାତୀ ମହାକୁଡ଼ ଜିଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି।

ସ୍ୱାତୀ ମୋଟ ୫୭୭ ମାର୍କ ଅର୍ଥାତ୍ ୯୬.୧୭ ପ୍ରତିଶତ ମାର୍କ ରଖି ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛନ୍ତି। ସୂଚନାଯୋଗ୍ୟ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ କଳାହାଣ୍ଡି ଜିଲାର ୩୪୩ଟି ପରୀକ୍ଷା କେନ୍ଦ୍ରରେ ୨୦ ହଜାର ୫୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ଆଜି ପ୍ରକାଶିତ ପରୀକ୍ଷା ଫଳରେ ୧୦,୦୪୩ଜଣ ଛାତ୍ର ଓ ୧୦,୧୦୫ ଜଣ ଛାତ୍ରୀ ପାସ୍ କରିଛନ୍ତି। ପାସ୍ ହାର ୯୭.୮୬ ପ୍ରତିଶତ ଥିବା ଜଣାପଡ଼ିଛି। ସେଥି ମଧ୍ୟରୁ ଏ୧-ଗ୍ରେଡ୍ ରେ ୧୧୮ଜଣ, ଏ୨-ଗ୍ରେଡ୍ ରେ ୧୨୭୬ଜଣ, ବି୧-ଗ୍ରେଡ୍ ରେ ୩୬୧୬ଜଣ, ବି୨-ଗ୍ରେଡ୍ ରେ ୫୦୭୭ଜଣ, ସି-ଗ୍ରେଡ୍ ରେ ୫୩୦୨ଜଣ, ଡି-ଗ୍ରେଡ୍ ରେ ୩୫୧୩ଜଣ, ଇ-ଗ୍ରେଡ୍ ରେ ୧୨୪୬ଜଣ ପାସ୍ କରିଥିବା ଜଣାପଡିଛି। ପାସ ପିଲାଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି।

Comments (0)

User