Missing Boy Dead: ନିଖୋଜ ନାବାଳକର ମୃତଦେହ ନିର୍ମାଣାଧୀନ ଶୌଚାଳୟ ଟାଙ୍କିରୁ ଉଦ୍ଧାର

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ୩ ନମ୍ବର ଓ୍ବାର୍ଡର ସାକିଲାଡିହି କଲ୍ୟାଣ ମଣ୍ଡପରେ ବିବାହ ଉତ୍ସବରେ ବିହାର ରାଜ୍ୟରୁ ଆସିଥିଲେ। ୨୭ ତାରିଖ ରାତି ୧୧ଟା ୩୦ରେ ବିହାରୀ ନାବାଳକ ରିବେଲ କୁମାର କୌଣସି କାରଣରୁ ନିଖୋଜ ହୋଇଯାଇଥିଲେ। ନିଖୋଜ ପରେ ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା।
ଏନେଇ ଟାଉନ୍ ଥାନାରେ ଏକ ମାମଲା ହୋଇଥିଲା। ଏହି ଘଟଣାରେ ବିଭିନ୍ନ ସ୍ଥାନରେ ପରିବାର ଓ ପୋଲିସ ତରଫରୁ ଖୋଜାଖୋଜି ଜାରି ରହିଥିଲା କିନ୍ତୁ ଆଜି ସକାଳୁ ମନ୍ଦିର ସାହିର ପଶୁପତି ଦଣ୍ଡପାଟଙ୍କ ଘର ପାଖରେ ଥିବା ଏକ ଅର୍ଦ୍ଧ ନିର୍ମିତ ମୁକୁଳା ଫାଇଖାନା ଟାଙ୍କିରୁ ଦୂର୍ଗନ୍ଧ ବାହାରୁଥିବାରୁ ଏକ ଶବ ଭାସୁଥିବା ଦେଖି ପୁଲିସକୁ ଖବର ପାଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା, ଉପଖଣ୍ଡ ପୁଲିସ ପ୍ରଶାସକ, ରାଇରଙ୍ଗପୁର ଥାନା ଅଧିକାରୀ ଜ୍ୟୋତିପ୍ରକାଶ ସ୍ଵାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧ ନିର୍ମିତ ମୁକୁଳା ପାଇଖାନା ଟାଙ୍କିରେ ଜଣେ ନାବାଳକ ମୁହଁ ମାଡ଼ି ଭାସୁଥିବା ଓ ସନ୍ଦେହ ଅବସ୍ଥାରେ ନାବାଳ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲେ।
ଆହୁରି ପଢ଼ନ୍ତୁ: ରାଇରଂଗପୁରରେ ଉପଖଣ୍ଡସ୍ତରୀୟ ନାରଦ ଜୟନ୍ତୀ ସମାରୋହ ଆୟୋଜିତ
ଉଦ୍ଧାର କରି ପୁଲିସ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ନାବାଳକର ମୃତଦେହ ଫୁଲି ରହିଥିବାର ଦେଖିବାକୁ ମିଳିଥିଲା। ୫ ଦିନ ବିତି ଯାଇଥିବାରୁ ମୃତ ଶରୀରରୁ ଦୁର୍ଗନ୍ଧ ହେଉଥିଲା। ଏହି ଘଟଣାରେ ପୁଲିସ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ନାବାଳକ ହେଉଛନ୍ତି ବିହାର ରାଜ୍ୟର ସନ୍ଦେଶ ଥାନା ଅନ୍ତର୍ଗତ ଆରଭୋଜପୁର ଅଞ୍ଚଳ କିଶୋର ସାୱଙ୍କ ପୁଅ ରିବେଲ କୁମାର (୧୦) ବୋଲି ଜଣାପଡିଛି। ତେବେ ଉକ୍ତ ଘଟଣା ହତ୍ୟା ନା ନିଜେ ପଡ଼ି ମୃତ୍ୟୁ ବରଣ କରିଛନ୍ତି ତାହା ସନ୍ଦେହ ଘେରରେ ରହିଛି।
Comments (0)