Bobby Deol: ଭାରତ ମସଲାର ନୂତନ ଟିଭିସିରେ ଅଭିନେତା ବବି ଦେଓଲ୍

ଭୁବନେଶ୍ବର: ପୂର୍ବ ଭାରତର ଅଗ୍ରଣୀ ମସଲା ଏବଂ ଖାଦ୍ୟ ବ୍ରାଣ୍ଡ ‘ଭାରତ ମସଲା’ ପକ୍ଷରୁ ପ୍ରସିଦ୍ଧ ଅଭିନେତା ବବି ଦେଓଲଙ୍କୁ ନେଇ ପ୍ରସ୍ତୁତ ନୂଆ ଟିଭି ବିଜ୍ଞାପନ (ଟିଭିସି) ଉନ୍ମୋଚିତ ହୋଇଛି। ପ୍ରେସ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ଏହି ଟିଭିସିର ଉନ୍ମୋଚନ କରାଯାଇଛି।
୧୯୯୯ ମସିହାରେ ଓଡ଼ିଶାରେ ଏକ ପାରମ୍ପରିକ ମସଲା ଗ୍ରାଇଣ୍ଡିଂ ୟୁନିଟ୍ ଭାବେ ଆରମ୍ଭ ହୋଇଥିବା ‘ଭାରତ ମସଲା’ ଆଜି ଏକ ବିଶ୍ବସନୀୟ ଏଫ୍ଏମ୍ସିଜି ବ୍ରାଣ୍ଡ୍ ଭାବେ ପରିଚିତ ହୋଇପାରିଛି। ଦେଶ ବିଦେଶର ଗ୍ରାହକଙ୍କ ଭରସା ଜିତି ପାରିଛି। କମ୍ପାନି ବର୍ତ୍ତମାନ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ୍ ସହିତ ଭାରତର ସର୍ବବୃହତ କ୍ରାଓଜେନିକ୍ ଗ୍ରାଇଣ୍ଡିଂ ସୁବିଧା ମଧ୍ୟରୁ ଗୋଟିଏକୁ ସଫଳତାର ସହ ପରିଚାଳନା କରୁଛି। ଦୀର୍ଘ ସମୟ ଧରି ଖ୍ୟାତନାମା ଅଭିନେତା ଧର୍ମେନ୍ଦ୍ର ‘ଭାରତ ମସଲା’ର ବ୍ରାଣ୍ଡ୍ ଆମ୍ବାସଡର ଭାବେ ଜଡ଼ିତ ଥିଲେ ।
ବର୍ତ୍ତମାନ ତାଙ୍କ ପୁଅ ଓ ପ୍ରସିଦ୍ଧ ଅଭିନେତା ବବି ଦେଓଲ୍ ବ୍ରାଣ୍ଡ୍ ସହ ଯୋଡ଼ି ହୋଇଥିବାରୁ ଏହା ‘ଭାରତ ମସଲା’ର ଐତିହ୍ୟ, ବିଶ୍ବାସ ଓ ପରମ୍ପରାକୁ ଆହୁରି ସୁଦୃଢ଼ କରିଛି। ଏହି ନୂଆ କ୍ୟାମ୍ପେନ୍ ମାଧ୍ୟମରେ ସମସ୍ତ ପିଢ଼ିର ଗ୍ରାହକଙ୍କ ସହ ଭାବନାତ୍ମକ ସମ୍ପର୍କ ସୃଷ୍ଟି କରିବା ସହ ଦେଶବ୍ୟାପୀ ଭାବେ ‘ଭାରତ ମସଲା’ର ପରିଚୟକୁ ଆହୁରି ଶକ୍ତିଶାଳୀ କରିବାର ଲକ୍ଷ୍ୟ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ବବି ଦେଓଲଙ୍କ ଏହି ଟିଭି ବିଜ୍ଞାପନ ଖୁବଶୀଘ୍ର ଟେଲିଭିଜନ, ଡିଜିଟାଲ୍ ଓ ସୋସିଆଲ୍ ମିଡିଆରେ ପ୍ରସାରିତ ହେବ।
ଟିଭିସି ଉନ୍ମୋଚନ କାର୍ଯ୍ୟକ୍ରମରେ ‘ଭାରତ ମସଲା’ର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶିକା ଏସ୍ଏନ୍ ମିଲେନିୟମ୍, ଜିଏମ୍(ଅପରେସନ୍) ଅରୁଣ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।
ଅଧିକପଢ଼ନ୍ତୁ:ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ; ପାସ୍ ହାର ୯୫.୩୩ ପ୍ରତିଶତ, ଛାତ୍ରଙ୍କୁ ଟପିଲେ ଛାତ୍ରୀ
Comments (0)