କାଳ ହେଲା ଦ୍ରୁତଗତି : ବିଦ୍ୟୁତ ଖୁଣ୍ଟରେ ପିଟି ଛିଡିଗଲା ବାଇକ ଚାଳକଙ୍କ ଗୋଡ଼

May 02, 2026 - 21:09
0 0

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଖଜୁରିଜୁଆଣି ନିକଟରେ ଦ୍ରୁତ ଗତିଥିବା ଏକ ବାଇକ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହେବାରୁ ବାଇକ ଚାଳକଙ୍କର ଡାହାଣ ଗୋଡ଼ ଛିଡି ଅଲଗା ହୋଇ ଯିବା ସହ ସେ ଗୁରୁତର ହୋଇଛନ୍ତି।
ଗୁରୁତର ଜଣକ ସୀତାବିଞ୍ଜି ଗ୍ରାମର ଲଲାଟ ନାୟକ(୨୬) ବୋଲି ଜଣାପଡିଛି। ଆମ୍ବୁଲାନ୍ସରେ ଗୁରୁତର ଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଛି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଦୁର୍ଘଟଣା ଗସ୍ତ ବାଇକ ଟିକୁ ଜବତ କରିଥିବା ସୂଚନା ମିଳିଛି। ଗୁରୁତର ଲଲାଟଙ୍କ ଅବସ୍ଥାସଙ୍କଟାପନ୍ନ ଥିବା ବେଳେ ତାଙ୍କୁ କଟକ ନିଆଯାଇଥିବା ସୂଚନା ମିଳିଛି।

Comments (0)

User