Dead: ବିଦ୍ୟୁତ ସଂସ୍ପର୍ଶରେ ଆସି ମା’-ପୁଅଙ୍କ ମୃତ୍ୟୁ

May 02, 2026 - 21:24
0 0
Dead: ବିଦ୍ୟୁତ ସଂସ୍ପର୍ଶରେ ଆସି ମା’-ପୁଅଙ୍କ ମୃତ୍ୟୁ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କୁଣ୍ଢେଇଗୋଳା ଗ୍ରାମସ୍ଥିତ କମାରପାଳ ସାହିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମା ପୁଅ ମୃତ୍ୟୁ ଘଟିଛି। ଘର ସମ୍ମୁଖରେ ଥିବା ପାଣି ପମ୍ପକୁ ସଂଯୋଗ ଥିବା ଜିଆଇ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ଆଜି ଅପରାହ୍ନ ୩ ଟା ୩୦ ସମୟରେ କମାରପାଳ ଗ୍ରାମର ନିରଞ୍ଜନ ଭୂତିଆ ସ୍ତ୍ରୀ ଉପାସୀ ଭୂତିଆ(୪୦) ପ୍ରଥମେ ପାଣି ପମ୍ପ ପାଖକୁ ଯାଇ ଜିଆଇ ତାରକୁ ଧରିଥିଲା। ଉକ୍ତ ତାରରେ ବିଦ୍ୟୁତ୍ ଥିବା ଯୋଗୁ ଛିଟିକି ହୋଇ ପଡ଼ିଥିଲା। ନିକଟରେ ଥିବା ୭ ବର୍ଷର ପୁଅ ମନପ୍ରିତ ଭୂତିଆ ମା କୁ ବଞ୍ଚାଇବାକୁ ସେ ମଧ୍ୟ ସେ ମଧ୍ୟ ସଂସ୍ପର୍ଶରେ ଆସି ତଳେ ପଡ଼ି ଯାଇଥିଲା।ଉଭୟ ମା ପୁଅକୁ ଉଦ୍ଧାର କରି କୁଣ୍ଢେଇଗୋଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ରିଆମାଳରେ ଚାଞ୍ଚଲ୍ୟ: ୧୭ ବର୍ଷୀୟ ନାବାଳକକୁ ହତ୍ୟା

Comments (0)

User