ମାଟ୍ରିକ ଫଳାଫଳ : ରାୟଗଡା ଜିଲ୍ଲା ଟପର ହେଲେ ମନସ୍ଵିନୀ ଦାଶ

May 02, 2026 - 21:09
0 0

ପଦ୍ମପୁର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରାୟଗଡା ଜିଲ୍ଲା ଟପର ହେଲେ ପଦ୍ମପୁର ଝିଅ ମନସ୍ଵିନୀ ଦାଶ। ନିଜର ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୯୨.୩୩% (୫୫୪) ନମ୍ୱର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମନସ୍ଵିନୀ।

ସେ ହେଉଛନ୍ତି ପଦ୍ମପୁର ନୁଆସାହି ବାସିନ୍ଦା ଶିକ୍ଷକ ପ୍ରଦୀପ କୁମାର ଦାସ ଓ ରଶ୍ମିତା ମିଶ୍ରଙ୍କ ଝିଅ। ସେ ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ୁଥିଲେ। ମନସ୍ୱନି ଏହି ସଫଳତା ପାଇଁ ଦିନକୁ ୧୨ଘଣ୍ଟା ପରିଶ୍ରମ କରୁଥିବା ବେଳେ ଏହି ସଫଳତା ର ଶ୍ରେୟ ନିଜ ପିତାମାତା ଗୁରୁଜନ ଓ ବିଦ୍ୟାଳୟ ର ଗୁରୁଜୀ ଗୁରୁମା ମାନଙ୍କୁ ଦେଇଛନ୍ତି। ଭବିଷ୍ୟତରେ ମନସ୍ଵିନୀ ଜଣେ ଡାକ୍ତର ହୋଇ ଅଞ୍ଚଳରେ ଗରିବ ଲୋକଙ୍କ ର ସେବା କରିବି ବୋଲି ମତ ଦେଇଛନ୍ତି।

ତାଙ୍କର ଏହି ସଫଳତା ପାଇଁ ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜୀ ଗୁରୁମାଙ୍କ ସମେତ ବିଦ୍ୟାଳୟ ସଭାପତି, ସମସ୍ତ କର୍ମକର୍ତ୍ତା, ଅଭିଭାବକ ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Comments (0)

User