Matric Exam Results Announced: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ, ଏଥର ପାସ୍ ହାର ୯୫.୩୩ ପ୍ରତିଶତ

ବାହାରିଲା ମାଟ୍ରିକ ରେଜଲ୍ଟ
ପୁଅଙ୍କୁ ପଛରେ ପକାଇଲେ ଝିଅ
ଗଜପତିରେ ସର୍ବାଧିକ, କେନ୍ଦୁଝରରେ ସର୍ବନିମ୍ନ ପାସ ହାର
ସରିଲା ଉତ୍କଣ୍ଠା, ଆଜି ବାହାରିଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। କଟକ ବୋର୍ଡ ଅଫିସ ପରିସରରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏବର୍ଷ ପାସ୍ ହାର ରହିଛି ୯୫.୩୩ %। A1 ଗ୍ରେଡରେ ୨ ହଜାର ୪୫୬, A2ରେ ୧୫ହଜାର ୬୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିଭଳି B1 ଗ୍ରେଡରେ ୪୩ ହଜାର ୫୬୫, B2 ଗ୍ରେଡରେ କୃତକାର୍ଯ୍ୟ ହୋଇଛନ୍ତି ୮୬ ହଜାର ୧୦୩ ଛାତ୍ରଛାତ୍ରୀ। ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ୫ଲକ୍ଷ ୩୬ହଜାର ୩୦୬ ଜଣ। ସେମାନଙ୍କ ଭିତରୁ ୫ ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ୨ ଲକ୍ଷ ୬୩ ହଜାର ୨୨୨ ଛାତ୍ରୀ ଓ ୨ ଲକ୍ଷ ୫୬ ହଜାର ୨୯ ଛାତ୍ର।
କେନ୍ଦୁଝର ସର୍ବନିମ୍ନ ପାସ୍ ହାର
ଗଜପତି ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୯.୩୧ ପ୍ରତିଶତ ଥିବା ବେଳେ କେନ୍ଦୁଝର ସର୍ବନିମ୍ନ ପାସ୍ ହାର ୯୪.୩୫ ରହିଛି। ରାଜ୍ୟର ୩ହଜାର ୩୧୦ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ସେହିପରି ୩ଟି ସ୍କୁଲରେ ରେଜଲ୍ଟ ଶୂନ। ଏବର୍ଷ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସାର୍ଟିଫିକେଟ ବ୍ୟବସ୍ଥା କରିଛି ବୋର୍ଡ଼। ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ମାସକ ଭିତରେ ରିଚେକିଂ ପାଇଁ ଆବେଦନ କରିପାରିବେ। ...
ସନ୍ଧ୍ୟା ୬ଟାରେ ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସମୟ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ତାପୂର୍ବରୁ ୱେବସାଇଟରେ ଉପଲବ୍ଧ ହୋଇଥିଲା ଫଳାଫଳ। ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପରିଶ୍ରମର ଫଳ ପାଇଥିବାରୁ ପିଲାଙ୍କ ସହ ଅଭିଭାବକ ବି ଭାରି ଖୁସି। ବିଭିନ୍ନ ସ୍କୁଲରେ ସେଲିବ୍ରେସନ୍ ବି କରାଯାଇଛି। କୃତୀ ଛାତ୍ରଛାତ୍ରୀଙ୍କୁ ମିଠା ଖୁଆଇବା ସହ ଫୁଲ ଦେଇ ଶୁଭେଚ୍ଛା ଜଣାଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ।
ଆଜି ଏକାସଙ୍ଗେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଏବଂ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ମଧ୍ୟମାରେ ୮୭.୩% ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ପାସ୍ ହାର ରହିଛି ୫୯.୮୨%। ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ...
Comments (0)