ମୋ ଜେଜେବାପା ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି..ଦୁଃଖ ବଖାଣିଲେ ଟ୍ରମ୍ପଙ୍କ ନାତୁଣୀ

May 02, 2026 - 18:26
0 0

ଓ୍ବାଶିଂଟନ୍‌,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାତୁଣୀ କାଇ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଜଣେ ପ୍ରମୁଖ ଏବଂ ପ୍ରଭାବଶାଳୀ ରାଜନୈତିକ ନେତାଙ୍କ ପରିବାରର ଅଂଶ ହେବା ଫଳରେ ସେ ବାସ୍ତବ ଜୀବନରେ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ସରନେମ୍‌ ଯୋଗୁ ଲୋକମାନେ ତାଙ୍କ ସହିତ କଥା ହେବା ପୂର୍ବରୁ ପ୍ରାୟତଃ ତାଙ୍କ ବିଷୟରେ ଏକ ନକାରାତ୍ମକ ପୂର୍ବ ଧାରଣା ସୃଷ୍ଟି କରନ୍ତି।

କାଇ ଟ୍ରମ୍ପ କହିଛନ୍ତି, ଲୋକମାନେ ମୋତେ ଜାଣିବା ପୂର୍ବରୁ ମୋ ସରନେମ୍‌ ଆଧାରରେ ମୋ ବିଷୟରେ ମତାମତ ତିଆରି କରନ୍ତି। ଜଣେ ରାଜନେତା କିମ୍ବା ଜଣେ ସେଲିବ୍ରିଟି ବହୁତ ପ୍ରସିଦ୍ଧ ହୋଇଗଲେ, ଲୋକମାନେ ସେମାନଙ୍କର ପରିବାର ଏବଂ ପିଲାମାନଙ୍କୁ ସମାନ ଦୃଷ୍ଟିକୋଣରୁ ଦେଖିବାକୁ ଆରମ୍ଭ କରନ୍ତି। ଅପରିଚିତ ଲୋକମାନେ ପ୍ରାୟତଃ ତାଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କ ଜେଜେବାପା (ଡୋନାଲ୍ଡ ଟ୍ରମ୍ପ)ଙ୍କ ବିଷୟରେ ଅପମାନଜନକ କଥା କୁହନ୍ତି। ଅନେକ ସମୟରେ, ଲୋକମାନେ ମୋତେ ସିଧାସଳଖ କୁହନ୍ତି ଯେ ମୋ ଜେଜେବାପା (ଟ୍ରମ୍ପ) ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି।”
କାଇ ଟ୍ରମ୍ପ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ଝିଅ। ସେ ଇଣ୍ଟରନେଟରେ ବହୁତ ଲୋକପ୍ରିୟ, ଇନଷ୍ଟାଗ୍ରାମରେ ତାଙ୍କର ୨.୬ ନିୟୁତ ଫଲୋଅର୍ସ ଅଛନ୍ତି। କାଇ ମଧ୍ୟ ଜଣେ ସଫଳ ଗଲ୍ଫର। କାଇ ଟ୍ରମ୍ପ ପୂର୍ବରୁ ରିପବ୍ଲିକାନ ନ୍ୟାଶନାଲ କନଭେନସନ (RNC) ସମୟରେ ତାଙ୍କ ଭାଷଣ ପାଇଁ ଚର୍ଚ୍ଚରେ ସ୍ଥାନ ପାଇଥିଲେ। ଏଠାରେ ସେ ବିଶ୍ୱକୁ ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷକୁ ‘ପ୍ରେମମୟ ପିତାମହ’ ଭାବରେ ଉପସ୍ଥାପନ କରିଥିଲେ।

 

Dharitri – Odisha’s No.1 Odia Daily

 

The post ମୋ ଜେଜେବାପା ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି..ଦୁଃଖ ବଖାଣିଲେ ଟ୍ରମ୍ପଙ୍କ ନାତୁଣୀ appeared first on Dharitri Odia News.

Comments (0)

User