ମାଟ୍ରିକ ଫଳାଫଳ ; ଅନୁଗୋଳରେ ୯୫.୫୫% ପାସ, ଆଦ୍ୟାଶା ଟପ୍ପର
ଅନୁଗୋଳ : ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ବୋର୍ଡ ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶିତ ହୋଇଛି।
ବାଗଡ଼ିଆ ହାଇସ୍କୁଲ ଛାତ୍ରୀ ଆଦ୍ୟାଶା ଆଚାର୍ଯ୍ୟ ୫୭୮ନମ୍ବର ରଖି ଜିଲାରେ ପ୍ରଥମ ହୋଇଥିବା ବେଳେ ଅନୁଗୋଳ ହାଇସ୍କୁଲ ଛାତ୍ରୀ ସେଲୋନୀ ସାହୁ ୫୬୫ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବିମଳବେଡାର କେରାଜଙ୍ଗ ଜିପି ହାଇସ୍କୁଲ ଛାତ୍ରୀ ଜୟନ୍ତୀ ସାହୁ ୫୬୧ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚଳିତ ବର୍ଷ ଜିଲାରେ ମୋଟ ୧୬୭୯୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୬୦୫୨ଜଣ ପରୀକ୍ଷାର୍ଥୀ ପାସ ହୋଇଥିବା ବେଳେ ୭୪୭ଜଣ ଫେଲ ହୋଇଛନ୍ତି। ପାସ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ୧-ଗ୍ରେଡ଼ରେ ୭୯ଜଣ, ଏ୨-ଗ୍ରେଡ଼ରେ ୫୨୮ଜଣ, ବି୧-ଗ୍ରେଡ଼ରେ ୧୪୯୦ଜଣ, ବି୨-ଗ୍ରେଡ଼ରେ ୨୮୩୯ଜଣ, ସି-ଗ୍ରେଡ଼ରେ ୩୬୬୦ଜଣ, ଡି-ଗ୍ରେଡ଼ରେ ୪୧୮୧ଜଣ ଏବଂ ଇ-ଗ୍ରେଡ଼ରେ ୩୨୬୫ଜଣ କୃତକାର୍ଯ୍ୟ ହୋଇଛନ୍ତି।
ପାସ ହୋଇଥିବା ୧୬୦୫୨ଜଣଙ୍କ ମଧ୍ୟରୁ ଛାତ୍ର ସଂଖ୍ୟା ୮୦୨୪ଜଣ ଥିବା ବେଳେ ଛାତ୍ରୀ ସଂଖ୍ୟା ୮୦୨୮। ଜିଲାରେ ମୋଟ ୨୬୩ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇଥିବାବେଳେ ଏମାନଙ୍କ ମଧ୍ୟରୁ ୫୮ଟି ବିଦ୍ୟାଳୟର ପରୀକ୍ଷାର୍ଥୀଙ୍କ ପାସ ହାର ଶତ ପ୍ରତିଶତ ହୋଇଛି।
Comments (0)